ବ୍ରେଡ଼ ପିଠା

0

ଆବଶ୍ୟକ ସାମଗ୍ରୀ
ବ୍ରେଡ଼ – ୫ଖଣ୍ଡ
ସୁଜି – ଅଧ କପ
କଟା ପିଆଜ – ୨ଟି
କଞ୍ଚା ଲଙ୍କା – ୨ଟି
ଲୁଣ – ସ୍ୱାଦ ଅନୁଯାୟୀ
ତେଲ – ଆବଶ୍ୟକ ପରିମାଣରେ
କଟା ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ପନିର – ଅଳ୍ପ
ଛୋଟ ଛୋଟ କଟା ହୋଇଥିବା କ୍ୟାପସିକମ – ୧ଟି
ଦହି – ୧କପ ରୁ ସାମାନ୍ୟ କମ
କଟା ହୋଇଥିବା ଶୁଖିଲା ଲଙ୍କା – ୧ଟି
ଜିରା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପାଉଁରୁଟି , ଦହି, ଲୁଣ , ସୁଜି, କଞ୍ଚା ଲଙ୍କା , ଅଳ୍ପ ପାଣି ପକାଇ ପେଷି ଦିଅନ୍ତୁ। ପେଷିବା ପରେ ଏହି ମିଶ୍ରଣକୁ ଏକ ପାତ୍ରରେ କାଢି ରଖନ୍ତୁ। ଏବେ ଏହି ମିଶ୍ରଣରେ ଶୁଖିଲା ଲଙ୍କା, ଜିରା, ପିଆଜ, ଧନିଆ ପତ୍ର, ପନିର, କ୍ୟାପସିକମ,ଅଳ୍ପ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହାକୁ ଘୋଡ଼ାଇ ୩୦ ମିନିଟ ରଖି ଦିଅନ୍ତୁ। ୩୦ ମିନିଟ ପରେ ଗ୍ୟାସ ଲଗାଇ ତାୱା ଗରମ କରନ୍ତୁ। ତାୱା ଗରମ ହେବା ପରେ ଏହି ମିଶ୍ରଣରୁ ଚକୁଳି ପିଠା ପରି ଗୋଲ ଗୋଲ କରି ଚାରିପଟେ ତେଲ ପକାନ୍ତୁ। ୨ ମିନିଟ ମଧ୍ୟରେ ପିଠା ଭଳି ଓଲଟାଇ ଏହାର ଦୁଇ ପଟକୁ ଭଲ ଭାବେ ସେକନ୍ତୁ। ପ୍ରସ୍ତୁତ ହୋଇଗଲା ବ୍ରେଡ଼ ପିଠା। ଏହାକୁ ଗରମାଗରମ ଚଟଣି କିମ୍ବା ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Leave A Reply