ଟେଷ୍ଟି ପରଟା

0

ଆବଶ୍ୟକ ସାମଗ୍ରୀ
ଅଟା – ୨କପ
ବେସନ – ୧କପ
କଟା ପିଆଜ – ୧ଟି
କଞ୍ଚା ଲଙ୍କା – ୨ଟି
ଜୁଆଣି – ଅଳ୍ପ
ଲୁଣ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
କଟା ଧନିଆ ପତ୍ର – ଆବଶ୍ୟକ ଅନୁଯାୟୀ
କଟା ଆଳୁ – ୧ଟି
କଟା ଟମାଟୋ – ୧ଟି
ଗରମ ମସଲା – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ପ୍ରସ୍ତୁ୍‍ତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଅଟା, ଜୁଆଣି, ଲୁଣ ,ପାଣି ପକାଇ ଭଲ ଭାବେ ଚକଟି ରଖନ୍ତୁ। ଏହା ପରେ ଅନ୍ୟ ଏକ ପାତ୍ରରେ ବେସନ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, କଟା ପିଆଜ, କଟା ଆଳୁ, କଟା ଟମାଟୋ, କଞ୍ଚା ଲଙ୍କା, ଧନିଆ ପତ୍ର, ଜିରା ଗୁଣ୍ଡ, ଗରମ ମସଲା, ପାଣି ପକାଇ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ ଏକ ତାୱା ଗରମ କରନ୍ତୁ। ଅଟା ଚକଟାରୁ ଗୁଳା ପ୍ରସ୍ତୁତ କରି ବେଲି ଦିଅନ୍ତୁ ଓ ତାୱାରେ ସେକନ୍ତୁ। ଗୋଟେ ଫାଳ ସେକି ହୋଇଗଲେ ଏହା ଉପରେ ମିଶ୍ରଣ ପକାଇ ସାମାନ୍ୟ ତେଲ ପକାଇ କମ୍‍ ଆଞ୍ଚରେ ୨ରୁ ୩ ମିନିଟ ବସାନ୍ତୁ। ଏହା ପରେ ଏହାକୁ ଓଲଟାଇ ଦୁଇ ପଟକୁ ଭଲ ଭାବେ ସେକନ୍ତୁ। ପ୍ରସ୍ତୁତ ହୋଇଗଲା ଟେଷ୍ଟି ପରଟା।


ଏହାକୁ ଏକ ପାତ୍ରକୁ କାଢି ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Leave A Reply