କାଜୁ ବରଫି

0

ଆବଶ୍ୟକ ସାମଗ୍ରୀ
କାଜୁ – ୨କପ
ପେଷା ଚିନି – ୧କପ
ଗୁଜୁରାତି ଗୁଣ୍ଡ – ୧ଚାମଚ
କ୍ଷୀର – ୩ ଚାମଚ
ପାଣି – ୧କପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କାଜୁକୁ ଭଲ ଭାବେ ପେଷି ଦିଅନ୍ତୁ। ପେଷିବା ପରେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ପେଷା ହୋଇଥିବା ଚିନିକୁ ପକାନ୍ତୁ। ଏହା ପରେ ଏଥିରେ ଏକ କପ ପାଣି ଦେଇ ସିରା ପ୍ରସ୍ତୁତ କରନ୍ତୁ। ସିରା ହୋଇଗଲେ ଏଥିରେ ପେଷା ହୋଇଥିବା କାଜୁ, ଗୁଜୁରାତି ଗୁଣ୍ଡ, କ୍ଷୀର ପକାଇ କିଛି ସମୟ ଗୋଳାନ୍ତୁ। କିଛି ସମୟ ପରେ ଏହାକୁ ଗ୍ୟାସରୁ ଓହ୍ଲାଇ ଏକ ପାତ୍ରକୁ କାଢି ୧ ମିନିଟ ଥଣ୍ଡା କରି ଏହାକୁ ହାଲ୍‍କା ଭାବେ ଦଳି ଦିଅନ୍ତୁ। ଏବେ ଏକ ପାତ୍ରରେ ରଖି ଏହାକୁ ଧୀରେ ଧୀରେ ବେଲି ଦିଅନ୍ତୁ। ବେଲିବା ପରେ ଛୁରୀ ସାହାଯ୍ୟରେ ଏହାକୁ ବରଫି ଆକୃତିର କାଟି ଦିଅନ୍ତୁ। ଏକ ପାତ୍ରରେ ରଖି ଖାଆନ୍ତୁ ଓ ମଜା ନିଅନ୍ତୁ।

Leave A Reply