ସ୍ୱାଦିଷ୍ଟ ମୋଦକ

0

ଆବଶ୍ୟକ ସାମଗ୍ରୀ
ସୁଜି – ୪ କପ
କ୍ଷୀର – ଆବଶ୍ୟକ ପରିମାଣରେ
ପେଷା ଚିନି – ୧ କପ
କାଜୁ – ୫ ଟି
ପେସ୍ତା ବାଦାମ – ୫ଟି
ବାଦାମ – ୧୦ ରୁ ୧୨ ଟି
ଘିଅ – ଆବଶ୍ୟକ ଅନୁଯାୟୀ
ମିଲକି ମେଡ୍‍଼ – ଆବଶ୍ୟକ ଅନୁଯାୟୀ
ମୋଦକ ଛାଞ୍ଚ ( ବଜାରରେ ବିକ୍ରି ହେଉଛି)
ପ୍ରସ୍ତୁତି ପ୍ରଣାଳୀ – ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରି ସୁଜି ଭାଜନ୍ତୁ। ଭାଜି ହେବା ପରେ ଏଥିରେ କ୍ଷୀର , ମିଲକି ମେଡ଼୍‍ , ଚିନି ପକାଇ ଭଲ ଭାବେ ଗୋଳାନ୍ତୁ, ଏହାକୁ ବହଳିଆ କରନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। କାଜୁ, ବାଦାମ , ପେସ୍ତା ବାଦାମକୁ ଛୋଟ ଛୋଟ ଫାଳ କରି, ଗ୍ୟାସରେ ଆଉ ଏକ ଗଡ଼େଇ ବସାଇ କିଛି ସମୟ ଏହାକୁ ଭାଜନ୍ତୁ। ଭାଜିବା ପରେ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ମୋଦକ ଛାଞ୍ଚରେ ପାତ୍ରରେ ରଖିଥିବା ସୁଜି ଓ ଭଜା ହୋଇଥିବା ବାଦାମ, ପେସ୍ତା, କାଜୁକୁ ଭରନ୍ତୁ। ଭରିବା ବେଳେ ଛାଞ୍ଚଟିକୁ ଚାପି କରି ରଖନ୍ତୁ ଓ ପୁର ଭଳି ଭରିବା ପରେ ଷ୍ଟାଣ୍ଡଟିକୁ ଖୋଲି ପ୍ରସ୍ତୁତ ମୋଦକକୁ ପାତ୍ରକୁ କାଢି ରଖନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମୋଦକ।

Leave A Reply