ଚକୋଲେଟ୍‍ ପିନଟ ବଟର ସ୍ମୁଦୀ

ଆବଶ୍ୟକ ସାମଗ୍ରୀ
ବଡ଼ ଚକୋଲେଟ – ୨ଟି
ପିନଟ ବଟର – ୨ଚାମଚ
କୋକୋ ପାଉଡ଼ର – ୧ ଚାମଚ
ଦହି – ଅଧ କପ
ବାଦାମ ମିଶ୍ରିତ କ୍ଷୀର – ୩କପ
କଦଳୀ – ୧ଟି
ମହୁ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କଦଳୀ, ଚକୋଲେଟ, ପିନଟ ବଟର, କୋକୋ ପାଉଡ଼ର, ମହୁ, ଦହି, ବାଦାମମିଶ୍ରିତ କ୍ଷୀରକୁ ଭଲ ଭାବେ ପେଷି ଦିଅନ୍ତୁ। ଏବେ ଏହାକୁ କାଚ ଗ୍ଲାସକୁ କାଢି ଏହା ଉପରେ ସାମାନ୍ୟ ମହୁ ପକାଇ ଅଳ୍ପ ସମୟ ଫ୍ରିଜରେ ରଖନ୍ତୁ। କିଛି ସମୟ ପରେ ଫ୍ରିଜରୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚକୋଲେଟ ପିନଟ ବଟର ସ୍ମୁଦୀ। ଏହାକୁ ପିଅନ୍ତୁ ଓ ମଜା ନିଅନ୍ତୁ।

Comments are closed.