ଭେଜିଟେବଲ ରାଇତା

ଆବଶ୍ୟକ ସାମଗ୍ରୀ
ଦହି – ୧କପ
ଜିରା ଗୁଣ୍ଡ – ଅଳ୍ପ
କଳା ଲୁଣ – ଆବଶ୍ୟକ ପରିମାଣରେ
ଗୋଲମରିଚ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
କଟା ପିଆଜ – ୧ଟି
କଟା ଟମାଟୋ – ୧ଟି
ସିମଲା ଲଙ୍କା – ୧ଟି
କଟା କାକୁଡ଼ି – ୧ଟି
କଟା ପୁଦିନା ପତ୍ର – ଅଳ୍ପ
କଟା ଧନିଆ ପତ୍ର – ଅଳ୍ପ
କଟା କଞ୍ଚାଲଙ୍କା – ୨ଟି
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଦହିକୁ ୧୫ ମିନିଟ ଫ୍ରିଜରେ ରଖି ଦିଅନ୍ତୁ। ୧୫ ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢି ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଦହିରେ ଜିରା ଗୁଣ୍ଡ, କଳା ଲୁଣ, ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ପକାଇ ପୁଣି ଭଲ ଭାବେ ଗୋଳାନ୍ତୁ। ଏହାପରେ ଏଥିରେ ପିଆଜ, କାକୁଡ଼ି, ସିମଲା ଲଙ୍କା, ଟମାଟୋ ପକାଇ ଗୋଳାନ୍ତୁ। ଶେଷରେ ପୁଦିନା ପତ୍ର, ଧନିଆପତ୍ର, କଞ୍ଚା ଲଙ୍କା ପକାଇ ଗୋଳାଇ ଏକ ପାତ୍ରକୁ କାଢି କିଛି ଧନିଆପତ୍ର ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଭେଜିଟେବଲ ରାଇତା।

Comments are closed.