ତରଭୂଜ ତରକାରୀ

ଆବଶ୍ୟକ ସାମଗ୍ରୀ
କଟା ତରଭୂଜ – ୨କପ
କଟା ଗାଜର – ୧ଟି
ପେଷା ଟମାଟୋ – ୧କପ
ଜୁଆଣୀ – ୧ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଶୁଖିଲା ଲଙ୍କା – ଅଳ୍ପ
ସିମଲା ଲଙ୍କା – ଅଳ୍ପ
କଟା ଧନିଆ ପତ୍ର – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଜୁଆଣୀ, ଗାଜର, ସିମଲା ଲଙ୍କା ପକାଇ ଭାଜନ୍ତୁ। ଏବେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ପକାଇ କିଛି ସମୟ ଗୋଳାନ୍ତୁ। ଏହାପରେ ଏଥିରେ ପେଷା ଟମାଟୋ, ଲୁଣ, ତରଭୂଜ ଖଣ୍ଡ ଏକ କପ ପାଣି ଦେଇ ଫୁଟାନ୍ତୁ। ଏହା ଫୁଟିବାକୁ ଆରମ୍ଭ କଲେ ଗ୍ୟାସର ଆଞ୍ଚକୁ କମ କରି ୫ ମିନିଟ ଧିମା ଆଞ୍ଚରେ ଗ୍ୟାସରେ ବସାନ୍ତୁ। ଏହାପରେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ତରଭୂଜ ତରକାରୀ।

Comments are closed.