ମସଲା ପାସ୍ତା

ଆବଶ୍ୟକ ସାମଗ୍ରୀ
ପାସ୍ତା – ୧କପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ୨ ଚାମଚ
ବଟର – ୧ଚାମଚ
କଟା ରସୁଣ – ୧ ଚାମଚ
କଟା ଅଦା – ୧ ଚାମଚ
କଟା ପିଆଜ – ୧ ଟି
ପେଷା ଟମାଟୋ – ୧ଟି
ଟମାଟୋ ସସ – ୧ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଗରମ ମସଲା – ୧ ଚାମଚ
ସିଝା ମକା – ୨ ଚାମଚ
କଟା ସିମଲା ଲଙ୍କା – ୧ଟି
କଟା ଗାଜର – ୧ଟି
ସିଝା ମଟରଛୁଇଁ – ଅଳ୍ପ
କଟା ବ୍ରୋକୋଲି – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ରରେ ପାଣି ବସାଇ ପାସ୍ତାକୁ ଭଲ ଭାବେ ସିଝାଇ ଦିଅନ୍ତୁ। ସିଝାଇବା ପରେ ଏହାକୁ ପାଣିରୁ ଛାଣି ଆଉ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ସେଥିରେ ପ୍ରଥମେ ତେଲ ଓ ତେଲ ଗରମ ହେବା ପରେ ବଟର ପକାନ୍ତୁ। ବଟର ପକାଇବା ପରେ ଅଦା ରସୁଣ, ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହେବା ପରେ ପେଷା ଟମାଟୋ ପକାଇ ଭଲ ଭାବେ ଗୋଳାନ୍ତୁ। ଏହାପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ସିମଲାଲଙ୍କା, ସିଝା ମକା, ଗାଜର, ମଟର ଛୁଇଁ ବ୍ରୋକୋଲି ପାଣି ଦେଇ କିଛି ସମୟ ଗୋଳାନ୍ତୁ। ଗୋଳାଇବା ପରେ ୫ ମିନିଟ ଗ୍ୟାସରେ ବସାନ୍ତୁ। ୫ ମିନିଟ ପରେ ଏଥିରେ ଟମାଟୋ ସସ, ସିଝା ହୋଇଥିବା ପାସ୍ତା ପକାଇ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ୧ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମସଲା ପାସ୍ତା। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Comments are closed.