ଖାଦ୍ୟକୁ ଆଲୁମିନିୟମ ଓ ପ୍ଲାଷ୍ଟିକ ପ୍ୟାକେଟରେ ରଖୁଛନ୍ତି କି? ହୋଇ ଯାଆନ୍ତୁ ସାବଧାନ

ସାଧାରଣତଃ ଆମେ ବହୁ ଖାଦ୍ୟଦ୍ରବ୍ୟକୁ ଆଲୁମିନିୟମ  ପ୍ୟାକେଟ, ପ୍ଲାଷ୍ଟିକ ଡ଼ବା ଆଦିରେ ରଖୁ। ମାତ୍ର ଏହା ଆମ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ତାହା ହୁଏତ ସଭିଏଁ ଜାଣି ନଥିବେ। ଶରୀରରେ ଏହା ବହୁ ମାରାତ୍ମକ ରୋଗ ମଧ୍ୟ ସୃଷ୍ଟି କରିଥାଏ। ଏ ବିଷୟରେ ଅଧିକ ଜାଣନ୍ତୁ। ଆମ ଜାଣତରେ ଅଜାଣତରେ କରୁଥିବା ଭୁଲ ଆମେ ପାଇଁ କେତେ କ୍ଷତିକାରକ?
ବିଶେଷଜ୍ଞମାନେ ଆଲୁମିନିୟମ , ପ୍ଲାଷ୍ଟିକ ନୁହେଁ ବରଂ ଷ୍ଟିଲ, ମାଟି, କଂସା, ପିତ୍ତଳ ପାତ୍ରରେ ଖାଦ୍ୟଦ୍ରବ୍ୟ ରଖିବାକୁ ପରାର୍ମଶ ଦେଇଥାଆନ୍ତି।
ବହୁ ପରିଶ୍ରମ କରି ଖାଦ୍ୟ ପ୍ରସ୍ତୁତ କରାଯାଏ।
ଏତଦ ବ୍ୟତୀତ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟଦ୍ରବ୍ୟରେ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ଥାଏ।
ମାତ୍ର ଏହି ପୋଷକ ଯୁକ୍ତ ଖାଦ୍ୟକୁ ଆଲୁମିନିୟମ କିମ୍ବା ପ୍ଲାଷ୍ଟିକ ଡ଼ବାରେ ରଖିବା ଦ୍ୱାରା ଏହାର ସମସ୍ତ ଭିଟାମିନ ନଷ୍ଟ ହୋଇଯାଏ।
ଖାଦ୍ୟ ଗରମ ଥିବା ଅବସ୍ଥାରେ ଆଲୁମିନିୟମ ପ୍ୟାକେଟ କିମ୍ବା ପ୍ଲାଷ୍ଟିକ ଡ଼ବାରେ ଏହାକୁ ଆଦୌ ରଖିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଏଥିରେ ଥିବା କ୍ଷତିକାରକ ରାସାୟନିକ ପଦାର୍ଥ ଖାଦ୍ୟରେ ଶୀଘ୍ର ମିଶିଯାଏ।
ଯାହା ଆମର ବିଭିନ୍ନ ହରମୋନର ସଠିକ ସନ୍ତୁଳନ ଉପରେ କୁପ୍ରଭାବ ପକାଏ। ବିଶେଷ କରି ଛୋଟ ପିଲାଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଯାଏ।
ଆଲୁମିନିୟମ ଓ ପ୍ଲାଷ୍ଟିକରେ ପ୍ୟାକେଟରେ ଥିବା ଖାଦ୍ୟ ସର୍ବଦା ଖାଇଲେ ପେଟ ଜନିତ ବିିଭିନ୍ନ ରୋଗ ସୃଷ୍ଟି ହୋଇଥାଏ।

Comments are closed.