ଖରାଦିନର ମୁଖ୍ୟ ସମସ୍ୟା ଅଂଶୁଘାତ; ଜାଣନ୍ତୁ ଏଥିରୁ ରକ୍ଷା ପାଇବାର ଘରୋଇ ଉପାୟ

ଏବେ ଗ୍ରୀଷ୍ମ ଋତୁ ଆଉ ଏହି ଋତୁରେ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼େ। ଅଂଶୁଘାତ ଏହି ଦିନରେ ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଥାଏ। ସତର୍କ ନରହିଲେ ଏହା ପ୍ରାଣଘାତୀ ମଧ୍ୟ ହୋଇପାରେ। ତେବେ ଏପରି କିଛି ଘରୋଇ ଉପାୟ ରହିଛି ଯାହାକୁ ଆପଣାଇ ଆମେ ଅଂଶୁଘାତରୁ ବର୍ତ୍ତି ପାରିବା। ଚାଲନ୍ତୁ ଜାଣିବା ଅଂଶୁଘାତରୁ ରକ୍ଷା ପାଇବାର ଘରୋଇ ଉପାୟ ବିଷୟରେ –

 

-ଧନିଆ ପତ୍ର ଅଂଶୁଘାତରୁ ମୁକ୍ତି ଦେବାରେ ବିଶେଷ ଭାବେ ସହାୟକ ହୋଇଥାଏ। ଧନିଆ ପତ୍ରକୁ ପ୍ରଥମେ ପାଣିରେ ପକାଇ ରଖନ୍ତୁ। ତା’ପରେ ଏହାକୁ ବାଟି ସେଥିରେ କିଛି ଚିନି ମିଶାଇ ତାହାର ସେବନ କରନ୍ତୁ। ଏପରି କରିବା ଦ୍ୱାରା ଅଂଶୁଘାତର ସମସ୍ୟା କମ୍ ହୋଇଥାଏ।
-ଖରାଦିନେ ଶୋଷ ଲାଗୁ ବା ନଲାଗୁ ଭରପୁର ପାଣି ପିଅନ୍ତୁ। ଏହାଦ୍ବାରା ଅଂଶୁଘାତ ଆଂଶଙ୍କା ଦୂର ହୋଇଥାଏ।
-ଖରାଦିନେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ବିଶେଷ ଉପଯୋଗୀ ହେଉଛି ପିଆଜ। ଦୈନିକ ପିଆଜ ଖାଇବା ଦ୍ୱାରା ଶରୀରରେ ତାପମାତ୍ରା ଓ ଜଳୀୟ ଅଂଶ ସଠିକ୍ ରହିଥାଏ। ଆପଣ ଚାହିଁଲେ ଏହାର ରସ ବାହାର କରି ମଧ୍ୟ ପିଇପାରିବେ।
-ପଇଡ଼ ପାଣି ଖରାଦିନେ ଅମୃତ ସଦୃଶ ହୋଇଥାଏ। ଖରାଦିନରେ ପଇଡ଼ ପାଣି ପିଇବା ଦ୍ବାରା ଅଂଶୁଘାତର ସମ୍ଭବନା କମ୍ ହୋଇଥାଏ।
-ଏହା ବ୍ୟତୀତ ଖରା ଦିନରେ ଲେମ୍ବୁ ଏବଂ ପୁଦିନା ପାଣିର ସେବନ ମଧ୍ୟ ଖୁବ ଲାଭକାରୀ ହୋଇଥାଏ।
-ଏହାବ୍ୟତୀତ ଦହିର ସେବନ କରିବା ମଧ୍ୟ ଜରୁରୀ। ଦହି ସର୍ବତ୍ ଖରାଦିନ ପାଇଁ ବହୁତ ଲାଭଦାୟକ ହୋଇଥାଏ।
-ଅତ୍ୟଧିକ ଖରାରେ ପଦାକୁ ବିଶେଷ ବାହାରନ୍ତୁ ନାହିଁ। ଯଦ ବି ବାହାରୁଛନ୍ତି ସାଥିରେ ଛତା, ଗାମୁଛା, ପାଣିବୋତଲ, ଗ୍ଲୁକୋଜ ଓ ସନ୍ ଗ୍ଲାସ୍ ମନେକରି ନିଅନ୍ତୁ।

Comments are closed.