ବ୍ରଜରାଜନଗର : ଗାନ୍ଧି ଛକରେ ଫ୍ଲାଇ ଓଭର କେବେ?

ବ୍ରଜରାଜନଗର : ବ୍ରଜରାଜନଗରର ଗାନ୍ଧି ଛକରେ ଫ୍ଲାଇ ଓଭର ନିର୍ମାଣ ନ ହେବାରୁ ଜନ ଅସନ୍ତୋଷ ଦେଖା ଦେଇଛି।  ଜାତୀୟ ରାଜପଥ ୪୯ ଗୋଟିଏ ପଟେ ଶିଳ୍ପ ସମୃଦ୍ଧ ଝାରସୁଗୁଡା ଜିଲ୍ଲା ଓ ଅନ୍ୟ ପଟେ ଛତିଶଗଡ଼କୁ ଯୋଡିଥିବାରୁ ଏଠାକାର ଏକ ଵ୍ୟସ୍ତ ବହୁଳ ରାସ୍ତା । ବ୍ରଜରାଜନଗର ଅଞ୍ଚଳ ଦେଇ ଦୈନିକ ଶହ ଶହ କୋଇଲା, ଲୁହ ପଥର ବୋଝେଇ ଟ୍ରକ ଓ ଛୋଟ ବଡ ଭାରିଯାନ ଚଳ ପ୍ରଚଳ କରୁଥିବାରୁ ଗାନ୍ଧୀ ଛକରେ ଏକ ଫ୍ଲାଇ ଓଭରର ନିର୍ମାଣ ଜରୁରୀ ହୋଇ ପଡିଛି। ଏ ନେଇ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଦୁଇ ଦୁଇ ଥର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀ ପ୍ରଧାନ ମଧ୍ୟ କେନ୍ଦ୍ର ସଡକ  ପରିବହନ ମନ୍ତ୍ରୀ ନିତିନ ଗଡ଼କାରୀଙ୍କୁ  ୧୧.୧୦.୨୦୧୭ ଓ ୧୫.୦୩.୨୦୧୮ରେ ଚିଠି ଲେଖି ଫ୍ଲାଇ ଓଭର ସମ୍ବନ୍ଧରେ ଅନୁଧ୍ୟାନ କରିବାକୁ ଅନୁରୋଧ କରିଥିଲେ। ହେଲେ ଏହାକୁ ନେଇ ବର୍ଷାଧିକ ସମୟ ବିତି ଯାଇଥିଲେ ହେଁ ଫ୍ଲାଇ ଓଭର ନିର୍ମାଣ ନେଇ କୌଣସି ଅଗ୍ରଗତି ହୋଇ ନାହିଁ।

ସେପଟେ ଜାତୀୟ ରାଜପଥ ୪୯ରେ ସବୁସମୟରେ ଗାଡି ଚଲାଚଳକୁ ନେଇ କେତେ ସଡକ ଦୁର୍ଘଟଣା ଘଟୁଛି ସେ ନେଇ କାହା ପାଖରେ ଖବର ନାହିଁ । ଅପରପକ୍ଷେ ଗାନ୍ଧି ଛକ ଭଳି ଜନ ଗହଳି ପୂର୍ଣ ଅଞ୍ଚଳରେ ଫ୍ଲାଇ ଓଭର ନିର୍ମାଣ କରାଗଲେ ଟ୍ରାଫିକ ସମସ୍ୟା ସହିତ ସଡକ ଦୁର୍ଘଟଣା କିଛି ମାତ୍ରାରେ ହ୍ରାସ ପାଇବ ବୋଲି ଲୋକେ ପ୍ରକାଶ କରୁଛନ୍ତି।

Comments are closed.