ଭାର୍ଗବୀରେ ପୁଣି ଆସିଲା ବନ୍ୟାଜଳ

0

ସୁଆଣ୍ଡୋ :ଭାର୍ଗବୀ ନଦୀରେ ଦ୍ୱିତୀୟଥର ପାଇଁ ବନ୍ୟାଜଳ ପ୍ରବାହିତ ହେଉଛି । ନଦୀ ପଠା ବୁଡି ରବିବାର ସନ୍ଧ୍ୟା ସୁଦ୍ଧା ବନ୍ଧ କୁ ଲାଗି ପାଣି ବହୁଛି । ନଦୀର ଉଭୟ ପାର୍ଶ୍ବ ବନ୍ଧରେ ବିଭିନ୍ନ ସ୍ଥାନ ମାନଙ୍କରେ ଘଳିଆ ପଡିଛି । ସାକ୍ଷୀଗୋପାଳ ଓ ବଳଙ୍ଗା ଜଳସଂପଦ ବିଭାଗ ଉପଖଣ୍ଡ ଅଧୀକାରୀ ନଦୀବନ୍ଧ ଉପରେ ନଜର ରଖିଥିବା ଜଣାପଡିଛି। କିନ୍ତୁ ସୁଆଣ୍ଡୋ ବ୍ରିଜ ନିକଟ ନଦୀ ପଠାରୁ ପଥର ପ୍ୟାକିଙ୍ଗ ଖସି ପଡିବା ହେତୁ ପାଣି ସ୍ରୋତରେ ପଠାରୁ ମାଟି ଅତଡା ଖାଉଥିବା ଦେଖାଯାଇଛି ।

Leave A Reply