ଅକ୍ଟୋବର ୧୦ରୁ ‘ଫ୍ଲିପକାର୍ଡ ବିଗ ମିଲିୟନ ଡେ’ ; ମିଳିବ ଆକର୍ଷଣୀୟ ଅଫର

0

ନୂଆଦିଲ୍ଲୀ : ଦଶହରା ଓ ଦୀପାବଳୀକୁ ନଜରରେ ରଖି ବହୁ ଅନଲାଇନ ବ୍ୟବସାୟୀ କମ୍ପାନୀ ଗ୍ରାହକ ମାନଙ୍କୁ ଆକୃଷ୍ଟ ପାଇଁ ଭଲ ଅଫର ଦେଇଥାନ୍ତି। ଅନଲାଇନ୍‍ ବ୍ୟବସାୟୀ କମ୍ପାନୀ ‘ଫ୍ଲିପକାର୍ଡ’ ନିଜର ପାଞ୍ଚ ଦିବସୀୟ ବ୍ୟବସାୟ ମେଳା ବା ‘ଫ୍ଲିପକାର୍ଡ ବିଗ ମିଲିୟନ ଡେ’ ଆରମ୍ଭ କରିବାକୁ ଯାଉଛି। ଏହି ପାଞ୍ଚ ଦିବସୀୟ ବ୍ୟବସାୟ ମେଳା ଅକ୍ଟୋବର ୧୦ରୁ ଆରମ୍ଭ ହେବ। ସ୍ମାର୍ଟଫୋନ, ବହି, ଘରକରଣା ଜିନିଷ, ପୋଷାକ ଆଦି ଗ୍ରାହକମାନେ କମ୍ ଦାମରେ ପାଇପାରିବେ। ଆଇଏନଏସ୍‍ ସୂଚନା ମୁତାବକ ଫେସନ, ଘରକରଣା ଜିନିଷ, ଖେଳନା, ବହି, ସୌନ୍ଦର୍ଯ୍ୟ ଉପକରଣ ଆଦି ଜିନିଷ ଅକ୍ଟୋବର ୧୦ରୁ ବିକ୍ରୟ ଆରମ୍ଭ କରାଯିବ। ସ୍ମାର୍ଟଫୋନ ଏବଂ ଇଲୋକଟ୍ରୋନିକ୍ସ୍ ଉପକରଣର ବିକ୍ରୟ ଅକ୍ଟୋବର ୧୧ରୁ କରାଯିବ। କିଛି ବର୍ଷ ଠାରୁ ଆମେ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ କମ୍ପାନୀ ପକ୍ଷରୁ ଏହି ଭଳି ଯୋଜନା କରାଯାଉଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Leave A Reply