ବିମାନରେ ମହିଳାଙ୍କୁ ଅସଦାଚରଣ ପଡିଲା ମହଙ୍ଗା ; ୯ବର୍ଷ ଜେଲ ଦଣ୍ଡ

0

ନୂଆଦିଲ୍ଲୀ : ଆମେରିକାର ଏକ ଅଦାଲତ ଜଣେ ଭାରତୀୟଙ୍କୁ ବିମାନରେ ଅସଦାଚରଣ ନେଇ ୯ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନାଯୋଗ୍ୟ ଯେ ତାମିଲନାଡୁ ନିବାସୀ ରାମମୂର୍ତ୍ତି ୨୦୧୫ରେ ଏଚ-୧ ଭିସାରେ ଆମେରିକା ଯାଇଥିଲେ। ଏହି ସମୟରେ ସେ ବିମାନରେ ଥିବା ଏକ ମହିଳା ଯାତ୍ରୀଙ୍କୁ ଅସଦାଚରଣ ବ୍ୟବହାର କରିଥିଲେ। ପରେ ମହିଳା ଜଣକ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ରାମମୂର୍ତ୍ତିଙ୍କୁ ୯ବର୍ଷ ଜେଲ ଦଣ୍ଡାଦେଶ ଶୁଣାଯାଇଛି। ବିଚାରପତି ଟେରେନ୍ସ ବର୍ଜଙ୍କ କହିବା ଅନୁସାରେ ଏହି ଘଟଣା ଅନ୍ୟ ଲୋକମାନଙ୍କ ଦୃଷ୍ଟି ନିକ୍ଷେପ କରିବାପାଇଁ ଦଣ୍ଡାଦେଶ କରାଯାଇଛି। ରାମମୂର୍ତ୍ତି ୯ବର୍ଷ ଜେଲ ଦଣ୍ଡାଦେଶ ପରେ ହିଁ ଭାରତ ଫେରିବେ।

Leave A Reply