୯ଘଣ୍ଟା କସରତ ପରେ ୧୦୦ ଫୁଟ୍ ଗଭୀର ଖାତରୁ ଉଦ୍ଧାର ହେଲା ୫ବର୍ଷର ବାଳକ

ମଥୁରା : ୧୦୦ ଫୁଟ୍ ଗଭୀର ଖାତ ମଧ୍ୟକୁ ଖସି ପଡିଥିବା ଜଣେ ୫ ବର୍ଷର ବାଳକକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର କହିଛନ୍ତି। ସୂଚନାଯୋଗ୍ୟ, ଶନିବାର ଉତ୍ତର ପ୍ରଦେଶର ମଥୁରାର ଶେରଗଡ ଅଞ୍ଚଳରେ ଏକ ୫ ବର୍ଷର ଶିଶୁ ଖେଳୁଥିବା ବେଳେ ସେଠାରେ ଥିବା ଏକ ଗଭୀର ଖାତ ମଧ୍ୟକୁ ଖସି ପଡିଥିଲା। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଓ ପ୍ରଶାସନ ପହଞ୍ଚି ଶିଶୁଟିର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୯ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ବିଳମ୍ବିତ ରାତିରେ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂତ୍ରରୁ ପ୍ରକାଶ।

Comments are closed.