ଫିକା ନ ପଡୁ ଆପଣଙ୍କ ହୋଲି ; ଆପଣାନ୍ତୁ ଏହି ଟିପ୍ସ

0

ଦିନ କେଇଟା ପରେ ହୋଲି ଉତ୍ସବ । ହୋଲି ଖେଳିବା ପାଇଁ ପିଲାଠୁଁ ବୁଢାଯାଏଁ ସମେସ୍ତ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି । ହୋଲି ଉତ୍ସବ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ବଜାରରେ ରଙ୍ଗ ଓ ପିଚକାରୀର ଆସର ଜମିଥିବା ବେଳେ କିଛି ଲୋକ ଏବେ ଠାରୁ ଶୁଭେଚ୍ଛା ଜଣାଇବା ଆରମ୍ଭ କଲେଣି । ତେବେ ହୋଲି ଖେଳର ଖୁସୀ ଓ ଉତ୍ସାହରେ କିଛି ଲୋକ ଶରୀରର ଯତ୍ନ ନେବା ଭୁଲିଯାଆନ୍ତି । ଫଳରେ ଅନେକ ଦୁର୍ଘଟଣା ଘଟିଥାଏ । ହୋଲିରେ ଅସାବଧାନତା ଯୋଗୁଁ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ନଷ୍ଟ ହେବାର ସମ୍ଭାବନା ଥାଏ । ତେବେ ହୋଲିର ପୁରା ମଜା ଉଠାଇବା ପାଇଁ ଏହି ଆପଣାନ୍ତୁ ସର୍ତକତା ଏବଂ କିଛି ଟିପ୍ସ ।

ହରବାଲ ରଙ୍ଗରେ ହୋଲି ଖେଳନ୍ତୁ : ବଜାରରୁ ମିଳୁଥିବା କେମିକାଲ ରଙ୍ଗ ବ୍ୟବହାର ପରିବର୍ତ୍ତେ ହରବାଲ ରଙ୍ଗ ବ୍ୟବହାର କରନ୍ତୁ । ଆପଣ ଚାହିଁଲେ ଘରେ ମଧ୍ୟ ହରର୍ବାଲ ରଙ୍ଗ ପ୍ରସ୍ତୁତ କରିପାରିବେ । ଫୁଲ ଓ ବିଭିନ୍ନ ପନିପରିବା ସାହାଯ୍ୟରେ ହରର୍ବାଲ ରଙ୍ଗ ପ୍ରସ୍ତୁତ କରିପାରିବେ । ଏହା ଦ୍ବାରା ଆପଣଙ୍କ ତ୍ବଚା ଉପରେ କୌଣସି ଖରାପ ପ୍ରଭାବ ପଡିବନାହିଁ ।

ପାଣି ପିଅନ୍ତୁ : ରଙ୍ଗ ଖେଳ ସମୟରେ ଅଧିକ ଦଉଡ ଧାପଡ କରିବାକୁ ପଡିଥାଏ । ଏହା ଦ୍ବାରା ଥକ୍କାପଣ ଅନୁଭବ ହେବା ସ୍ବାଭାବିକ କଥା । ତେଣୁ ହୋଲି ଖେଳିବା ପୂର୍ବରୁ ଅଧିକ ପାଣି ପିଇବା ଉଚିତ୍ । ଅଧିକ ପାଣି ପିଇବା ଦ୍ବାରା ଚର୍ମ କୋମଳ ରହିବା ସହ ଶରୀରରୁ ରଙ୍ଗ ମଧ୍ୟ ଶୀଘ୍ର ଛାଡିଥାଏ ।

ଭାଙ୍ଗ ପିଅନ୍ତୁ ନାହିଁ : ହୋଲିରେ ଭାଙ୍ଗ ସେବନ ଏକ ସାଧାରଣ କଥା । କିନ୍ତୁ ଏହା ଦ୍ବାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ । ଭାଙ୍ଗ ପରିବର୍ତ୍ତେ ଆପଣ ଆମ୍ବ ପଣା, ଲସୀ, ପଇଡ ପାଣି ଓ ସରବତ ଆଦି ସେବନ କରିପାରିବେ ।

ଖାଦ୍ୟର ମାନ ଯାଞ୍ଚ କରନ୍ତୁ : ବିନା ମିଠାରେ ଉତ୍ସବ ଅଧୁରା ଲାଗେ । ପର୍ବ ପର୍ବାଣୀରେ ଲୋକମାନେ ବହୁତ ମିଠା ଖାଇଥାଆନ୍ତି ।  କିନ୍ତୁ ମିଠା କିଣିବା ପୂର୍ବରୁ ତାହାର ମାନକୁ ଯାଞ୍ଚ କରିବାକୁ ଭୁଲନ୍ତୁ ନାହିଁ । ନଚେତ୍ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ ।

Leave A Reply