ଧର୍ମଶାଳା ଟି-୨୦ ବାତିଲ

0

ଧର୍ମଶାଳା : ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍ ରବିବାର ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ବର୍ଷା ଏତେ ଜୋର୍‌ରେ ହୋଇଥିଲା ଏବଂ ଲାଗି ରହିିଥିଲା ଯେ ମ୍ୟାଚ୍‌କୁ ବାତିଲ ଘୋଷଣା କରିବା ଲାଗି ଅମ୍ପାୟାରଙ୍କୁ ନିର୍ଦ୍ଧାରିତ ସମୟର ମାତ୍ର ୪୫ ମିନିଟ ଲାଗିଥିଲା। ମ୍ୟାଚ୍‌ରେ ଟସ୍ ମଧ୍ୟ ପଡ଼ି ପାରିନଥିଲା। ଗତ ୩ ଦିନ ​‌େ​‌ହଲା ହିମାଚଳ ପ୍ରଦେଶର ଏହି ସହରରେ କ୍ରମାଗତ ବର୍ଷା ଲାଗିରହିଛି। ଫଳରେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳି ସଠିକ୍ ଭାବେ ଅଭ୍ୟାସ ମଧ୍ୟ କରି ପାରିନଥିଲେ। ରବିବାର ଯଥେଷ୍ଟ ପୂର୍ବରୁ ଉଭୟ ଦଳର ଖେଳାଳି ଷ୍ଟାଡିୟମ୍‌କୁ ଆସିଥିଲେ ହେଁ ବର୍ଷା ଯୋଗୁଁ ପଡ଼ିଆକୁ ମଧ୍ୟ ଓହ୍ଲାଇ ପାରିନଥିଲେ। ମ୍ୟାଚ୍ ଦେଖିବା ପାଇଁ ଅନେକ ସଂଖ୍ୟାରେ ଦର୍ଶକ ଷ୍ଟାଡିୟମ୍‌ରେ ସମବେତ ହୋଇଥିଲେ ହେଁ କିଛି ସମୟ ପରେ ବର୍ଷା ଓ ଅତ୍ୟନ୍ତ ଥଣ୍ଡାପାଗ ଯୋଗୁଁ ଛାତ ନଥିବା ଗ୍ୟାଲେରୀର ସମସ୍ତ ଦର୍ଶକ ବହୁ ପୂର୍ବରୁ ଚାଲି ଯାଇଥିଲେ। ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯିବାରୁ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଏବେ ୨ ମ୍ୟାଚ୍ ବିଶିଷ୍ଟ ସିିରିଜ୍‌ରେ ପରିଣତ ହୋଇଛି। ଆସନ୍ତା ୧୮ରେ ଉଭୟ ଦଳଙ୍କ ମଧ୍ୟରେ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ।

 

Leave A Reply