ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ

0

ଋାୟପୁର : ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଶନିବାର ସନ୍ଧ୍ୟାରେ ପ୍ରଚାର ଅଭିଯାନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୮ଟି ନକ୍ସଲପ୍ରବଣ ଜିଲ୍ଲାସ୍ଥିତ ୧୮ଟି ନିର୍ବାଚନ ମଣ୍ଡଳିରେ ସୋମବାର ଦିନ ଭୋଟ ଗ୍ରହଣ କରାଯିବ। ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ରାଜ୍ୟର ଅବଶିଷ୍ଟ ୭୨ଟି ନିର୍ବାଚନ ମଣ୍ଡଳିରେ ଆସନ୍ତା ୨୦ ତାରିଖରେ ଦ୍ୱିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ମତଦାନ ହେବ। ଭୋଟଗଣତି ଡିସେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ। ୯୦ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭା ନିର୍ବାଚନରେ ମୋଟ ୧୨୯୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Leave A Reply