ୱାଲମାର୍ଟ ଶପିଂ ମଲ୍‌ରେ ଗୁଳିକାଣ୍ଡ; ୨୦ ମୃତ, ୨୬ ଆହତ

ଟେକ୍ସାସ୍‌: ଆମେରିକାର ଟେକ୍ସାସଠାରେ ଥିବା ଏକ ୱାଲମାର୍ଟ ଶପିଂ ମଲ୍‌ରେ ଶନିବାର ଗୁଳିକାଣ୍ଡ ଘଟିଛି। କେତେଜଣ ବନ୍ଧୁକଧାରୀ ମଲରେ ପ୍ରବେଶ କରି ହଠାତ୍‌ ଆଖିବୁଜା ଗୁଳିଚାଳନ କରିବାରୁ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ମଲ୍‌ରେ ଗ୍ରାହକଙ୍କ ଭିଡ଼ ଲାଗିଥିବାବେଳେ ବନ୍ଧୁକଧାରୀମାନେ ଏପରି ଘଟଣା ଘଟାଇଛନ୍ତି। ଏଥିରେ ଅନ୍ୟ ୨୬ ଜଣ ଆହତ ହୋଇଛନ୍ତି ବୋଲି ଗଭର୍ନର ଗ୍ରେଗ୍‌ ଆବୋଟ ସୂଚନା ଦେଇଛନ୍ତି। ସପ୍ତାହକ ମଧ୍ୟରେ ଦେଶରେ ଏହା ୨ୟ ଘଟଣା। ନିକଟରେ ଅନ୍ୟ ଏକ ମଲ୍‌ରେ ଏଭଳି ଏକ ଘଟଣା ଘଟିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲାବେଳେ ୨ ଜଣ ଆହତ ହୋଇଥିଲେ।

ଶନିବାର ଘଟଣାରେ ଟେକ୍ସାସ ପୁଲିସ ୩ ଜଣଙ୍କୁ ଅଟକ ରଖିଛି। ଏହି ଘଟଣା ପଛର କାରଣ ଘୃଣ୍ୟ ଅପରାଧ ହୋଇପାରେ ବୋଲି କୁହାଯାଉଛି। ଘଟଣା ପରେ ମଲ୍‌ ସାରା ମୃତଦେହ ପଡ଼ି ରହିଥିବା ଏକ ଭିଡିଓ ଫୁଟେଜରେ ଦେଖିବାକୁ ମିଳିଛି।

Comments are closed.