ଗୁଳିମାଡରେ ଢେଙ୍କାନାଳ ଜିଲା ବିଜେଡି ଯୁବ ସଭାପତିଙ୍କ ମୃତ୍ୟୁ

0

ଢେଙ୍କାନାଳ: କାମାକ୍ଷାନଗରର ବିଜ୍ଞାପିତ ଅଞ୍ଚଳର ପୂର୍ବତନ ବିଜେଡି ଯୁବ ସଭାପତି ଯୋଶବନ୍ତ ପରିଡାଙ୍କର ଗୁଳିମାଡରେ ମୃତ ଘଟିଛି । ଆଜି ସକାଳେ ସେ କାର ଯୋଗେ ଲକ୍ଷ୍ମୀ ବଜାର ନିକଟରେ ଥିବା ତାଙ୍କ ଦୋକାନକୁ ଆସୁଥିବା ବେଳେ ବାଟରେ ୬ ଜଣ ଯୁବକ ଏକ ବୋଲରରେ ଆସି ଗୁଳି ଓ ବୋମା ଫୁଟାଇ ତାଙ୍କୁ ଅଟକାଇ ଥିଲେ । ପରେ ସେ ଗାଡିରୁ ବାହାରକୁ ଆସିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ଉପରକୁ ୯ ରାଉଣ୍ଡ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ମୁଖ୍ୟ ଚିକତ୍ସାଳୟରେ ଅଣାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି । ଯୋଶବନ୍ତ ପରିଡା କାମାକ୍ଷାନଗରର ବିଜେଡି ନେତା ଓ ମନ୍ତ୍ରୀ ପ୍ରଫୁଲ ମଳ୍ଲିକଙ୍କ ନିକଟତମ ବ୍ୟାକ୍ତି ଥିଲେ । ପୂର୍ବରୁ ମଧ୍ୟ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା। ରାଜନୌତିକ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ ହୋଇଛି ବୋଲି ସନ୍ଦେହ କରାଯାଉଛି ।

Leave A Reply