ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ

ଖୋର୍ଦ୍ଧା : ପୂର୍ବ ଶତ୍ରୁତା ପାଇଁ ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ପରିଛଳ ବଜାରରେ ଗୁଳିକାଣ୍ଡ ହୋଇଛି। ଏଥିରେ ଜାମୁସାହି ଗ୍ରାମର ସନ୍ତୋଷ ରାଉତରାୟ ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ସନ୍ତୋଷ ମଙ୍ଗଳବାର ସନ୍ଦ୍ୟା ସମୟରେ ପରିଛଳ ବଜାରେ ଚୁଟି କାଟୁଥିଲେ। ୨ ଜଣ ଦୁର୍ବୃତ୍ତ ତାଙ୍କ ନିକଟକୁ ଆସି ୨ ରାଉଣ୍ଡ ଗୁଳି ଚଳାଇ ପଳାଇଥିଲେ। ଗୁଳିଟି ସନ୍ତୋଷଙ୍କ ବାମ ପଟ ଛାତିରେ ବାଜିଥିଲା। ତେବେ ପୂର୍ବ ଶତ୍ରୁତାକୁ ନେଇ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିବା ସନ୍ଦେହ କରାଯାଉଛି।

Comments are closed.