ଗୁଳିମାଡ଼ରେ ଜଣେ ଆହତ

0

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ପଞ୍ଚାୟତର ବଡ଼ନୟନ ପୁରୁ ଛକରେ ଗୁରୁବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି। ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ବଡ଼ନୟନ ପୁରୁ ଛକରେ ଥିବା ଏକ ଗାଡ଼ି ଗ୍ୟାରେଜ ଉପରକୁ ୩ ଜଣ ଯୁବକ ବାଇକରେ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ସେହି ସମୟରେ ଗାଡ଼ି ସଜାଡ଼ିବାକୁ ଆସିଥିବା ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ବାମ ଗୋଡ଼ରେ ଗୁଳି ବାଜିଥିଲା। ଏହା ପରେ ତାଙ୍କୁ ପ୍ରଥମେ ତେଣ୍ଡାକୁଡ଼ା ମେଡି଼କାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପାଟକୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply