ଯୁବକଙ୍କୁ ଗୁଳିମାଡ଼

0

ବାଲେଶ୍ୱର : କଣ୍ଟାବଣିଆ ଗାଁରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ଯୁବକ ଆହତ ହୋଇଛନ୍ତି ଓ ଚିକିତ୍ସା ପାଇଁ ତାଙ୍କୁ ବାଲେଶ୍ୱର ଜିଲା ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ପିଠିରେ ଗୁଳି ବାଜିଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ଯୁବକ ଜଣକ ବାଇକ ଯୋଗେ ଘରକୁ ଫେରୁଥିବାବେଳେ ଦୁଇ ଦୁର୍ବୃତ୍ତ ତାଙ୍କୁ ବାଇକରେ ପିଛା କରି ଗୁଳିମାଡ଼ କରିଥିଲେ। ଖବର ପାଇ ପୁଲିସ ମେଡ଼ିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply