ଗୁଳିକାଣ୍ଡରେ ଜଣେ ମୃତ

0

ପଟ୍ଟାମୁଣ୍ଡାଇ : ରାଜନଗର କଣ୍ଡିରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଳିମାଡ଼ ଫଳରେ ଜଣଙ୍କର ମୃତ୍ୟୁ ହୋଇଛି। ଘରୁ ଡ଼ାକି ଆଣି ଯୁବକଙ୍କୁ ଗୁଳି଼ କରାଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ୨ଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ଏହି ଗୁଳିକାଣ୍ଡ କରିଥିବା ଜଣାପଡ଼ିଛି। ଜଣେ ଦୁର୍ବୃତ୍ତକୁ ଗ୍ରାମବାସୀ ଧରି ପୁଲିସ ଜିମା ଦେଇଛନ୍ତି। ଘଟଣାସ୍ଥଳରୁ ଅନ୍ୟ ୩ ଜଣ ଫେରାର ହୋଇଯାଇଛନ୍ତି। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Leave A Reply