ଗୁଳିମାଡରେ ଯୁବକ ମୃତ

0

ଗଞ୍ଜାମ : ଦୁବୃର୍ତ୍ତଙ୍କ ଗୁଳିମାଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଗଞ୍ଜାମ ଜିଲା ଆସିକା ଛକ ନିକଟରେ ଘଟିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସଦାନନ୍ଦ ଓରଫ ବାହାନ ଲେଙ୍କା। ସେ ଆସିକା ବ୍ଲକ ଅନ୍ତର୍ଗତ ଖାରିଆ ସରପଞ୍ଚଙ୍କ ଭାଇ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ, ସଦାନନ୍ଦ ଜଣେ ବ୍ୟକ୍ତିଙ୍କ ସହ ବାଇକ ଯୋଗେ ଆସିକାରୁ ନିଜ ଘରକୁ ଫେରୁଥିଲେ। ସେହି ସମୟରେ କିଛି ଦୁବୃର୍ତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ସଦାନନ୍ଦଙ୍କ ଶରୀରରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତେବେ ପୂର୍ବ ଶତ୍ରୁତା କିମ୍ବା ରାଜନୈତିକ କାରଣରୁ ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Leave A Reply