ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଗୁଳିମାଡ, ଦୁର୍ଦ୍ଦାନ୍ତ ଅପରାଧୀ ପାରା ଆହତ

0

ପୁରୀ : ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ସମ୍ମୁଖରେ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଛି। ଏହି ଗୁଳିମାଡରେ ସଞ୍ଜୟ କୁମାର ବେହେରା ଓରଫ୍‌ ପାରା ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ପୁରୀ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ୨/୩ ଯୁବକ ପାରାଙ୍କୁ ନାକଚଣା ଦ୍ବାର ସମ୍ମୁଖରେ ଗୁଳିମାଡ କରି ଫେରାର ହୋଇ ଯାଇଛନ୍ତି। ପୂର୍ବ ଶତ୍ରୁତାରୁ ଏହି ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି। ପାରା ଜଣେ ଅପରାଧୀ ବୋଲି ଜଣାପଡିଛି।

Leave A Reply