ବସଷ୍ଟାଣ୍ଡ ଟେଣ୍ଡରକୁ ନେଇ ଗୁଳିକାଣ୍ଡ, ଜଣେ ଆହତ

0

ଭୁବନେଶ୍ୱର : ବସଷ୍ଟାଣ୍ଡ ଟେଣ୍ଡରକୁ ନେଇ ବରମୁଣ୍ଡା ବସଷ୍ଟାଣ୍ଡରେ ଗୁଳିମାଡ ହୋଇଥିବା ଜଣା ପଡିଛି। ଏଥିରେ ଜଣେ ବସ ମାଲିକ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କ ନାମ ପ୍ରୀତମ ଜେନାମଣି। ତାଙ୍କର ଡାହାଣ ହାତରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁଳିମାଡ କରି ଦୁବୁର୍ତ୍ତମାନେ ଫେରାର ହୋଇଯାଇଛନ୍ତି। ରବିବାର ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି।
ସୂଚନାଯୋଗ୍ୟ ଯେ, ରବିବାର ରାତିରେ ୪ଜଣ ଦୁବୁର୍ତ୍ତ ବାଇକରେ ଆସି ପ୍ରଥମେ ବସ ମାଲିକ ପ୍ରୀତମଙ୍କୁ ସାଇଡ ମାରିଥିଲେ। ପରେ ତାଙ୍କ ଉପରକୁ ଗୁଳିମାଡ କରି ଫେରାର ହୋଇ ଯାଇଥିଲେ। ତେବେ ବସଷ୍ଟାଣ୍ଡ ଟେଣ୍ଡରକୁ ନେଇ ଏହି ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି। ଗୁଳିକାଣ୍ଡର ପ୍ରକୃତ କାରଣ ଜଣା ପଡିନାହିଁ।

Leave A Reply