ବାଣ ଗୋଦାମରେ ଅଗ୍ନିକାଣ୍ଡ, ୧୧ ମୃତ

0

ହାଇଦରାବାଦ : ତେଲଙ୍ଗାନା ୱାରାଙ୍ଗାଲ ଜିଲା କୋଟି ଲିଙ୍ଗଲା ଗ୍ରାମ ମନ୍ଦିର ନିକଟରେ ଥିବା ଏକ ବାଣ ଗୋଦାମରେ ବୁଧବାର ଭୟାବହ ଅଗ୍ନିକାଣ୍ଡ ଘଟି ଅନ୍ୟୁନ୍‍ ୧୧ ଲୋକଙ୍କ ମୃତ୍ୟୁ ଘଟିଛି। ଦିନ ପ୍ରାୟ ୧ଟା ୪୫ ସମୟରେ ଏହି ଘଟଣା ଘଟିଥିଲା। ସୂଚନା ଅନୁସାରେ ବାଣ ଗୋଦାମରେ ହଠାତ୍‍ ବିସ୍ଫୋରଣ ଘଟି ନିଅାଁ ଲାଗିଯାଇଥିଲା। ବିସ୍ଫୋରଣରେ ଗୋଦାମ ଘରର ଛାତ ଉଡ଼ି ଯାଇଥିଲା। ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଆଖପାଖରେ ଥିବା ଘରଗୁଡ଼ିକ ଥରି ଉଠିଥିଲା। ପୁଲିସ୍‍ ସୂଚନା ଅନୁସାରେ ଦୁର୍ଘଟଣା ବେଳେ ଗୋଦାମରେ ୧୫ ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଅଗ୍ନିଶମ ବାହିନୀ ଦମକଳ ସହ ପହଞ୍ଚି ନିଅାଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି। ଅଗ୍ନିକାଣ୍ଡର ସଠିକ୍‍ କାରଣ ଜଣାପଡିନାହିଁ। ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି। ପ୍ରକାଶ ଯେ ୱାରାଙ୍ଗାଲ ସହରଠାରୁ ୧୩୫ କିଲୋମିଟର ଦୂରରେ କୋଟିଲଙ୍ଗଲା ଗ୍ରାମ ଅବସ୍ଥିତ।

Leave A Reply