ରାଜଧାନୀ ଏକ୍ସପ୍ରେସରେ ନିଆଁ

0

ରାଉରକେଲା : ରାଜଧାନୀ ଏକ୍ସପ୍ରେସରେ ନିଆଁ ଲାଗିଥିବା ସୂଚନା ମିଳିଛି। ରାଉରକେଲା ଷ୍ଟେସନ ପୂର୍ବରୁ ତିଲକା ନଗର ନିକଟରେ ଏହି ନିଆଁ ଲାଗି ଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ରାଜଧାନୀ ଏକ୍ସପ୍ରେସ ନୂଆ ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିଲା। ଟ୍ରେନର ବି – ୭ ବଗିରେ ନିଆଁ ଲାଗିଥିଲା। ବଗି ଭିତରେ ଧୂଆଁ ଭର୍ତ୍ତି ହୋଇ ଯିବାରୁ କାଚ ଭାଙ୍ଗି ଧୂଆଁ ବାହାର କରାଯାଇଥିଲା। ନିଆଁକୁ ସଙ୍ଗେ ସଙ୍ଗେ ଆୟତ୍ତ କରାଯାଇଛି।

 

Leave A Reply