ତାଳଚେର ବିଧାୟକଙ୍କ ବାସଭବନରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ଅଗ୍ନିକାଣ୍ଡ ଘଟିଛି। ରବିବାର ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଜଣାପଡ଼ିଛି। ଏଥିରେ ୨ଟି କାର ଏବଂ ୨ଟି ବାଇକ୍‌ ପୋଡ଼ି ନଷ୍ଟ ହୋଇଯାଇଛି। ସୋମବାର ସକାଳେ କ୍ୟାପିଟାଲ ଥାନା ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ରାଜନୈତିକ ଆକ୍ରୋଶ କିମ୍ବା ବ୍ୟକ୍ତିଗତ ଶତ୍ରୁତାରୁ ମଧ୍ୟ କେହି ନିଆଁ ଲଗାଇ ଦେଇଥିବା ସନ୍ଦେହ ପ୍ରକାଶ ପାଇଛି।

Comments are closed.