ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଶାଢୀ ଓ ପୋଷାକ ପୋଡିଗଲା

0

ମୋହନା : ମୋହନା ବ୍ଲକ ଅନ୍ତର୍ଗତ ଅଡବା ବଜାରରେ ରହିଥିବା ଏକ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର  ଶାଢୀ ଓ ପୋଷାକ ପୋଡି ପାଉଁଶ ହୋଇଯାଇଛି। ଅଡବା ବଜାର ମୁଖ୍ୟ ସଡକ ନିକଟରେ ରହିଥିବା ଜେନା ଲୁଗା ଦୋକାନରେ କୌଣସି କାରଣରୁ ସକାଳ ୮ଟାରେ ନିଆଁ  ଲାଗି ଯାଇଥିଲା । ଦୋକାନ ଘରୁ ଧୁଆଁ ବାହାରିବା ଦେଖି ଦୋକନା ମାଲିକ କୃଷ୍ଣଚନ୍ଦ୍ର ଜେନା ଦୋକନା ଘର ଚାବି ଖୋଲି ଭିତରେ ପ୍ରବେଶ କରିବା ମାତ୍ରେ ଅଣନିଶ୍ୱାସୀ ହୋଇ ଅଚେତ ହୋଇ ପଡିଥିଲେ। ଗ୍ରାମବାସୀଙ୍କ ସହଯୋଗରେ ପାଣି ପକାଇ ନିଆଁ ଆୟତ କରାଯିବା ସହ ମୋହନା ଦମକଳ କେନ୍ଦ୍ର କୁ ଖବର ଦେଇଥିଲେ। ଦମକଳ ଗାଡି ପହଂଚିବା ବେଳକୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିଲା।

Leave A Reply