ମଝି ସମୁଦ୍ରରେ ଜାହାଜରେ ନିଆଁ ଲାଗିଲା; ବର୍ତ୍ତିଲେ ୩୦ ନାବିକ, ୧୬ ବୈଜ୍ଞାନିକ

0

ମାଙ୍ଗାଲୋର: କର୍ନାଟକର ମାଙ୍ଗାଲୋର ତଟବର୍ତ୍ତୀ ସମୁଦ୍ରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଜାହାଜରେ ନିଆଁ ଲାଗିଯାଇଥିଲା। ଭାରତୀୟ ତଟରକ୍ଷୀ ବାହିନୀ ପହଞ୍ଚି ଜାହାଜର ନିଆଁକୁ ଲିଭାଇବା ପରେ ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇପାରିଛି। ଜାହାଜରେ ଥିବା ୩୦ ନାବିକ ଏବଂ ୧୬ ଜଣ ବୈଜ୍ଞାନିକଙ୍କୁ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ଉକ୍ତ ଜାହାଜର ନାଁ ସାଗର ସମ୍ପଦା। ଏଥିରେ ୩୦ ନାବିକ ଟିମ୍‌ ଏବଂ ୧୬ ବୈଜ୍ଞାନିକ ଥିଲେ। ରାତିରେ କୌଣସି କାରଣରୁ ଜାହାଜଟିରେ ନିଆଁ ଲାଗିଯାଇଥିଲା। ଏ ସମ୍ପର୍କରେ ଖବର ମିଳିବା ପରେ ତଟରକ୍ଷୀ ବାହିନୀର ଜାହାଜ ବିକ୍ରମ ଏବଂ ସୁର ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ତଟରକ୍ଷୀ ବଳ ସାଗର ସମ୍ପଦା ଜାହାଜରେ ଲାଗିଥିବା ନିଆଁକୁ ଲିଭାଇବା ପରେ ଉକ୍ତ ଜାହାଜକୁ ମାଙ୍ଗାଲୋର ବନ୍ଦରକୁ ଅଣାଯାଉଛି ବୋଲି ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply