ଜଙ୍ଗଲରେ ନିଆଁ, ମୂଲ୍ୟବାନ ଗଛ ନଷ୍ଟ

0

ନୟାଗଡ଼ : ନୟାଗଡ଼ ଜିଲା ଦଶପଲ୍ଲା-ବାଣୀଗୋଚ୍ଛା ଜଙ୍ଗଲରେ ନିଆଁ ଲାଗି ବହୁ ମୂଲ୍ୟବାନ ବୃକ୍ଷ ନଷ୍ଟ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏହି ଜଙ୍ଗଲରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ଦଶପଲ୍ଲା ଅଗ୍ନିଶମ ବାହିନୀ ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ନିଆଁ ଲାଗିବା କାରଣରୁ ବହୁ ମୂଲ୍ୟବାନ ଗଛ ମଧ୍ୟ ନଷ୍ଟ ହୋଇଯାଇଛି। ଜଙ୍ଗଲରେ ନିଆଁ ଲାଗିବା ଫଳରେ ନିକଟରେ ଥିବା ଅଞ୍ଚଳ ଧୂଆଁମୟ ହେବା ସହ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହୋଇଥିଲା।

Leave A Reply