ପ୍ରତିଶ୍ରୁତି ପରେ ପ୍ରତାରଣା, ଅଗ୍ନିଶମ କର୍ମଚାରୀଙ୍କ ନାମରେ ଅଭିଯୋଗ

0

ବାଲେଶ୍ୱର: ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ବଳାତ୍କାର କରିଥିବା ଜଣେ ଅଗ୍ନିଶମ କର୍ମଚାରୀଙ୍କ ନାମରେ ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରୁ ଏହି ଅଭିଯୋଗ ଆସିଛି । ଅଭିଯୁକ୍ତ ଜଣଙ୍କ ହେଲେ ରାସଗୋବିନ୍ଦପୁର ସାରୁମୁଣା ଗାଁର ସାଗରାମ ମୁର୍ମୁ । ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ସୋର ପୌରାଞ୍ଚଳର ଜଣେ ଯୁବତୀ ଗତ ୯ ବର୍ଷ ତଳୁ ମୟୁରଭଞ୍ଜ ରାସଗୋବିନ୍ଦପୁର ଅଞ୍ଚଳରେ ଏକ ଟେଲରିଂ ଦୋକାନ ଚଳାଇ ଥିବା ବେଳେ ସାରୁମୁଣା ଗ୍ରାମର ସାଗରାମ ମୁର୍ମୁଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ବିବାହାର ପ୍ରତିଶ୍ରୁତି ଦେଇ ସାଗରାମ ମୁର୍ମୁ ଯୁବତୀଙ୍କ ସହ ବାରମ୍ବାର ଶରୀରିକ ସମ୍ପର୍କ ରଖୁଥିଲେ । କିନ୍ତୁ ସାଗରମ ଅଗ୍ନିଶମ ବିଭାଗରେ ଯୋଗ ଦେବା ପରେ ଯୁବତୀଙ୍କଠାରୁ ସମ୍ପର୍କ ତୁଟାଇ ଦେଇଥିଲେ । ତେବେ ଦୁଇଦିନ ପରେ ସାଗରାମ ଅନ୍ୟତ୍ର ବିବାହ ଖବର ଶୁଣି ଯୁବତୀଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ନ୍ୟାୟ ପାଇଁ ଯୁବତୀ ଜଣକ ଆଜି ସୋର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply