ମାନିଲେନି ସୁପ୍ରିମକୋର୍ଟଙ୍କ କଟକଣା, ଭରିଲେ ଜୋରିମାନା

0

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିୟମକୁ ଭାଙ୍ଗି ବାଣ ଫୁଟାଇବା ମହଙ୍ଗା ପଡିଛି । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଯାଇ ପାରିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ଦୀପାବଳି ଦିନ ଏହି ନିୟମକୁ ଉଲ୍ଲଘଂନ କରି କିଛି ଲୋକ ବାଣ ଫୁଟେଇ ଥିଲେ । କମିଶନରେଟ୍ ପୁଲିସ ସେମାନଙ୍କୁ ଚିହ୍ନଟ କରି ଧରିବା ସହ ଜୋରିମାନା ଆଦାୟ କରିଛି ।

୮ଟା ପୂର୍ବରୁ ଓ ରାତି ୧୦ଟା ପରେ ବାଣ ଫୁଟାଇ ଥିବା ଅଭିଯୋଗରେ କଟକ-ଭୁବନେଶ୍ୱରରେ ୨୩୦ଜଣଙ୍କୁ ପୁଲିସ ଧରିଛି । ସେମାନଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ଜୋରିମାନା ଆଦାୟ ହୋଇଛି । ଏହା ସହ ଅନ୍ୟ ୧୪୦ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲଣ କରାଯାଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର୍‌ ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି ।

Leave A Reply