ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ; ୧୨ଟି ଦମକଳ ଗାଡି ନିୟୋଜିତ

0

ନୂଆଦିଲ୍ଲୀ : ମଙ୍ଗଳବାର ଦିଲ୍ଲୀର ନରେଲା ଅଞ୍ଚଳରେ ଥିବା ଏକ ଜୋତା କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବର୍ତ୍ତମାନ ସୁଦ୍ଧା ଏହି ଅଗ୍ନିକାଣ୍ଡରେ କାହାର ପ୍ରାଣହାନି ଘଟିଥିବା ସୂଚନା ମିଳିନାହିଁ । ନିଆଁ ଆୟତ୍ତ କରିବା ପାଇଁ ୧୨ଟି ଦମକଳ ଗାଡି ନିୟୋଜିତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ସକାଳ ୭ଟା ବେଳେ କାରାଖାନାରେ ନିଆଁ ଲାଗିଥିଲା। ଖବର ମିଳିବା ମାତ୍ରେ ହିଁ ଘଟଣାସ୍ଥଳରେ ୧୨ଟି ଦମକଳ ଗାଡି ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Leave A Reply