ଗ୍ୟାସ ଚୁଲାରୁ ନିଅାଁଲାଗି ମହିଳା ମୃତ, ସ୍ୱାମୀ ଗୁରୁତର

0

ଦେବଗଡ : ଦେବଗଡ ଥାନା ଅନ୍ତର୍ଗତ ସୁଳିଗ୍ରାମରେ ଗ୍ୟାସ ଚୁଲାରୁ ନିଆଁଲାଗି ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ୱାମୀ ଗୁରୁତର ଅବସ୍ଥାରେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଖବରଅନୁସାରେ ତିଲେଇବଣି ବ୍ଲକ ଛେପିଲିପଲି ପଞ୍ଚାୟତରେ ନାଏବ ସରପଞ୍ଚ ଥିବା ସୁଳିଆ ଗ୍ରାମର ସତ୍ୟବାଦୀ ପ୍ରଧାନଙ୍କ ପୁଅ ଶରତ ପ୍ରଧାନ(୩୫) ଉଜ୍ୱଳା ଯୋଜନା ଦ୍ୱାରା ଏକ ଗ୍ୟାସ କନେକ୍ସନ୍‍ କରିଥିଲେ। ଏହାର ବ୍ୟବହାର କରିବା ପାଇଁ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଶରତଙ୍କ ସ୍ତ୍ରୀ ପ୍ରତିମା ପ୍ରଧାନ(୩୦) ଗ୍ୟାସରେ ନିଆଁ ଲଗାଇଥିଲେ। ନିଆଁ ଲଗାଇବା ମାତ୍ରେ ହଠାତ୍‍ ନିଅାଁ ପ୍ରତିମାଙ୍କ ଦେହର ଲାଗିଯିବାସହ ନିକଟରେ ଥିବା ତାଙ୍କ ସ୍ୱାମୀ ଶରତଙ୍କ ଦେହରେ ଲାଗିଯାଇଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସଧୀନ ଅବସ୍ଥାରେ ପ୍ରତିମାଙ୍କ ମୃତ୍ୟୁ ଘଟିଥିଲା। ଶରତଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି।

Leave A Reply