ନିଆଁ ଗିଳିଦେଲା ୭୦ବଖରା

ଅନୁଗୁଳ : ଅନୁଗୁଳ ଜିଲା ଆଠମଲ୍ଲିକ୍‍ ବ୍ଲକ୍‍ ଭୋଗରା କିଷାନସାହିରେ ଶୁକ୍ରବାର ଏକ ଭୟାବହ ଅଗ୍ନିକାଣ୍ଡରେ ୪୦ପରିବାରର ୭୦ବଖରା ଘର ଜଳି ଯାଇଥିବା ଜଣାପଡିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁସ ହୋଇଯାଇଥିବା ଅନୁମାନ କରାଯାଉଛି। ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ଉପ ଜିଲାପାଳ ଓ ତହସିଲଦାର ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।

Comments are closed.