ଅଗ୍ନିକାଣ୍ଡରେ ତିନି ବଖରା ଜଳିଗଲା

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ବ୍ଲକ ଦୁଗଲ ପଞ୍ଚାୟତ ଅନ୍ତର୍ଗତ ବୀରଗୋବିନ୍ଦ ପୁର ଦଳିତ ବସ୍ତିରେ ଗୁରୁବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଦୁଃଖା ଭୋଇଙ୍କ ତିନି ବଖରା ଚାଳଘର ପୋଡି ପାଉଁସ ହୋଇଯାଇଛି । ଖବରପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗ ତରଫରୁ ରୋହିତ ନାୟକ ଓ ମନୋଜ କୁମାର ନାୟକ ସଦଳବଳେ ଦୁଇଟି ଦମକଳ ସହିତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ପ୍ରାୟ ୬୦ହଜାର ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି। ସ୍ଥାନୀୟ ସରପଞ୍ଚ ପ୍ରକାଶ ଖଟେଇ ଓ ସମିତି ସଭ୍ୟ ସେଠାରେ ପହଞ୍ଚି ବିପନ୍ନ ପରିବାର ଲୋକଙ୍କୁ ଚୁଡା, ଗୁଡ, ଚାଉଳ, ମହମବତୀ, ସଉପ, ମସିଣା ଆଦି ସହିତ କିଛି ଆର୍ଥିକ ସାହାଯ୍ୟ ଦେଇଥିବା ଜଣାପଡିଛି । ଶ୍ରୀ ଭୋଇ ଜଣେ ଗରିବ ଲୋକ ହୋଇଥିବାରୁ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ଦାବି ହେଉଛି ।

Comments are closed.