ଡ଼ିବିରି ନିଆଁରେ ଛାତ୍ର ଆହତ

0

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ରାଧାକିଶୋରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଡ଼ିବିରି ନିଆଁ ଲାଗି ଜଣେ ଦଶମ ଶ୍ରେଣୀର ଛାତ୍ର ଆହତ ହୋଇଛନ୍ତି । ଆହତ ଛାତ୍ରଙ୍କୁ ନୀଳଗିରି ମେଡିକାଲ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଜଣେ ଦଶମ ଶ୍ରେଣୀର ଛାତ୍ର ଜଣଙ୍କ ଘରେ ଶୋଇଥିବା ବେଳେ ହଠାତ୍ କନ୍ଥାରେ ଡ଼ିବିରି ନିଆଁ ଲାଗି ଯାଇଥିଲା। ଛାତ୍ର ଜଣଙ୍କ ଚିତ୍କାର କରିବାରୁ ପରିବାର ଲୋକେ ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲ ନେଇଥିଲେ । ଛାତ୍ର ଜଣଙ୍କର ଡାହାଣ ଗୋଡ଼ଟି ନିଆଁ ସଂସ୍ପର୍ଶରେ ଆସି ଆଘାତ ଲାଗିଛି । ବର୍ତ୍ତମାନ ଛାତ୍ର ଜଣଙ୍କ ନୀଳଗିରି ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି । ସମ୍ପୃକ୍ତ ଛାତ୍ର ହେଉଛନ୍ତି ଉକ୍ତ ଗ୍ରାମର ପ୍ରଭାସିଆ ସିଂର ପୁତ୍ର ଵିଶାଲ । ସେ ପୁନ୍ଦାଳ ହାଇସ୍କୁଲରେ ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି ।

Leave A Reply