ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ

0

ଗଞ୍ଜାମ : ନିଆଁ ପୋଡି ହୋଇ ଲକ୍ଷାଧିକ ଟଙ୍କାର ଧାନ ପାଉଁଶ ହୋଇଯାଇଛି। ଏପରି ଅଭାବନୀୟ ଘଟଣା ଗଞ୍ଜାମର ଭଞ୍ଜନଗର ନିକଟ ଗାମୁଣ୍ଡି ଗ୍ରାମରେ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଗାମୁଣ୍ଡି ଗ୍ରାମର ଅଜୟ ମଲ୍ଲଙ୍କର ୧୨ଟି ଧାନ ଗଦା ଓ ଲମ୍ବୋଦର ସ୍ବାଇଁଙ୍କର ୩ଟି ଧାନ ଗଦାରେ ନିଆଁ ଲାଗିଯାଇଥିଲା। ନିଆଁ ଧାନ ଖଳା ସାରା ଖେଳି ଯାଇଥିଲା। ଏହା ଜାଣିବା ପରେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ। ଏହାସହ ଦମକଳ ବାହିନୀକୁ ମଧ୍ୟ ଖବର ଦେଇଥିଲେ। ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ସମସ୍ତ ଧାନ ପୋଡି ପାଉଁଶ ହୋଇଯାଇଥିଲା। ତେବେ ଧାନ ଖଳାରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

Leave A Reply