ନିଆଁରେ ପୋଡି ହୋଇ ଦୁଇ ମହିଳା ଗୁରୁତର

0

ନୀଳଗିରି : ନିଆଁ ପୋଉଁ ଥିବାବେଳେ ଗର୍ଭବତୀ ଅର୍ଦ୍ଧଦଗ୍ଧ ହୋଇଯାଇଛନ୍ତି। ନୀଳଗିରି ଥାନା ସଜନାଗଡ଼ ନିକଟ ନୂଆସାହି ଗାଁର ସୁରେଶ ମିରିଡ଼ିଆଙ୍କ ସ୍ତ୍ରୀ କୌଶଲ୍ୟା(୨୬) ଗୁରୁବାର ରାତିରେ ନିଆଁ ପୋଉଁଥିଲେ। ହଠାତ ଅସାବଧାନତା ଯୋଗୁଁ ତାଙ୍କ ଶାଢି କାନିରେ ନିଆଁ ଲାଗି ଦେହର ୭୫ଭାଗ ପୋଡ଼ି ଯାଇଛି। ରାତି ୧୨ଟାରେ ତାଙ୍କୁ ପ୍ରଥମେ ନୀଳଗିରି ଓ ସଙ୍ଗେ ସଙ୍ଗେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସେହିପରି ସନ୍ଧ୍ୟାରେ ମିତ୍ରପୁର ନିକଟ କାଠଗୋଛି ଗାଁର ରୀନା ସିଂ(୫୦) ନାମକ ମହିଳା ରୋଷେଇ କରୁଥିବା ବେଳେ ଶାଢିରେ ନିଆଁ ଲାଗି ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି। ମହିଳାଙ୍କ ଦେହର ୮୦ଭାଗ ପୋଡ଼ି ଯାଇଛି। ଏହାସହ ନିଆଁରେ ତାଙ୍କର ୨ବଖରା ଘର ମଧ୍ୟ ଭସ୍ମୀଭୂତ ହୋଇଯାଇଛି।

Leave A Reply