ଅଗ୍ନିକାଣ୍ଡରେ ୨୪ବଖରା ଭସ୍ମୀଭୂତ

0

ଭଦ୍ରକ : ଅଗ୍ନିକାଣ୍ଡରେ ୨୫ବଖରା ଭସ୍ମୀଭୂତ ହୋଇଯାଇଛି। ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ବ୍ଲକ ଗୁହାଳିଆ ରାଉତସାହିରେ ଏହି ଅଗ୍ନିକାଣ୍ଡ ଘଟିଛି। ୧୧ଟି ପରିବାରର ୨୪ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଏହାସହ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡି ପାଉଁଶ ହୋଇଯାଇଥିବା ବେଳେ ୭ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ଜଣକ ଘରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା। ତାପରେ ନିଆଁ ଆଖପାଖ ଅଞ୍ଚଳକୁ ବ୍ୟାପି ଯାଇଥିଲା। ନିଆଁ ଲାଗି ଜଣକ ଘରେ ଥିବା ଗ୍ୟାସ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ ହୋଇଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Leave A Reply