ଅଗ୍ନିକାଣ୍ଡରେ ୮ ବଖରା ଭସ୍ମୀଭୂତ

0

ସୋର : ଅଗ୍ନିକାଣ୍ଡରେ ୮ ବଖରା ଭସ୍ମୀଭୂତ ହୋଇଯାଇଛି। ବାଲେଶ୍ବର ଜିଲା ଖଇରା ବ୍ଲକ କୁପାରି ଗ୍ରାମରେ ଏହି ଅଘଟଣ ଘଟିଛି। ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୪ଭାଇଙ୍କର ଘର ପୋଡି ଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମ ହୋଇଯାଇଛି। ରବିବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Leave A Reply