ଅଗ୍ନିକାଣ୍ଡରେ ୪ ଦୋକାନ ଭସ୍ମୀଭୂତ

0

ବାଲେଶ୍ବର : ବାଲେଶ୍ବର ଜିଲା ସୋର ବ୍ଲକ ରୋଷ ଛକ ଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୪ଟି ଦୋକାନ ଭସ୍ମ ହୋଇଯାଇଛି। ଖବର ପାଇ ସୋର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି। ଅଗ୍ନିକାଣ୍ଡରେ ଷ୍ଟେସନାରୀ ଦୋକାନ ଓ ଲେଡିଜକର୍ଣ୍ଣର ଦୋକାନ ଅଧିକ କ୍ଷତିଗ୍ରସ୍ତ ହୋଇଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ସୋର ମାର୍କେଟ କମ୍ପ୍ଲେକ୍ସରେ ଥିବା ଚିନ୍ତାମଣି ବାରିକଙ୍କ ସେଲୁନରେ ପ୍ରଥମେ ନିଆଁ ଲାଗିଥିଲା। ପରେ ଏହା ଅନ୍ୟ ତିନୋଟି ଦୋକାନକୁ ବ୍ୟାପି ଯାଇଥିଲା।

Leave A Reply