ଅଗ୍ନିକାଣ୍ଡରେ ଚାରି ବଖରା ଭସ୍ମୀଭୂତ

0

ସୋର : ସୋର ଥାନା ତଳନଗର ଗ୍ରାମରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରାମସିଂଙ୍କର ଚାରି ବଖରା ଘର ଭସ୍ମୀଭୂତ ହୋଇଯାଇଛି। ତିନି ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଆସବାବ ପତ୍ର ମଧ୍ୟ ନଷ୍ଟ ହୋଇଛି। ସୂଚନା ପାଇବା ପରେ ସୋରର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ସୂଚନା ଅନୁଯାୟୀ, ରବିବାର ରାତିରେ ହଠାତ ନିଆଁ ଲାଗିଯାଇଥିଲା। ଗାଁ ଲୋକେ ଏହା ଦେଖି ସେହି ପରିବାର ଲୋକଙ୍କୁ ଡ଼ାକିଥିଲେ ଓ ନିଆଁ ଲାଗିଥିବା ପରିବାରର ଜଣେ ଗୁରୁତର ରୋଗୀଙ୍କୁ ଉଦ୍ଧାର କରିଥିଲେ।

Leave A Reply