ଅଗ୍ନିକାଣ୍ଡରେ ୫୦ବଖରା ଘର ଭସ୍ମୀଭୂତ

0

ସୋରଡା : ଗଞ୍ଜାମ ଜିଲା ସୋରଡା ବ୍ଲକ ଅର୍ନ୍ତଗତ ରାଇବନ୍ଧ ଗ୍ରାମରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଗ୍ରାମର ୨୯ ପରିବାରର ୫୦ରୁ ଉର୍ଦ୍ଧ୍ବ ବଖରା ପୋଡି ଭସ୍ମୀଭୂତ ହୋଇ ଯାଇଛି। ସୋମବାର ଭୋର ୫ଟା ସମୟରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଖବର ପାଇ ସୋରଡା ଅଗ୍ନିଶମ ବିଭାଗର ଦୁଇଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୋରଡା ତହସିଲଦାର ଅମର କୁମାର ବସନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ଅଗ୍ନି ବିପନ୍ନମାନଙ୍କୁ ଭେଟି ଥିଲେ। ସୋରଡା ବିଧାୟକ ଶ୍ରୀ ପୁର୍ଣ୍ଣଚନ୍ଦ୍ର ସ୍ଵାଇଁଙ୍କ ତରଫରୁ ସମସ୍ତ ବିପନ୍ନଙ୍କୁ ପାଲ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା।

Leave A Reply