ଅଗ୍ନିକାଣ୍ଡରେ ୪ଟି ପରିବାର ସର୍ବସ୍ବାନ୍ତ

0

କେନ୍ଦ୍ରାପଡା: ଏକ ଭୟାବହ ଅଗ୍ନିକାଣ୍ଡରେ ୪ଟି ପରିବାର ସର୍ବସ୍ବାନ୍ତ ହୋଇ ପଡିଛନ୍ତି । ଏହି ଘଟଣା କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଗିରଙ୍ଗ ଗାଁରେ ବୁଧବାର ବିଳମ୍ବିତ ରାତିରେ ଘଟିଛି । ଅଗ୍ନିକାଣ୍ଡରେ ୪ଟି ପରିବାରର ୮ ବଖରା ଘର ଜଳି ଧ୍ବଂସ ହୋଇଯାଇଛି । ମହାକାଳପଡା ଓ ମାର୍ଶାଘାଇର ଦୁଇଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସେତେବେଳକୁ  ଘର ଓ ଆସବାବପତ୍ର ଜଳି ପାଉଁଶ ହୋଇ ଯାଇଥିଲା।  ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ସର୍ଟ ସର୍କିଟରୁ ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ଖୋଲା ଆକାଶ ତଳେ ବିପନ୍ନ ପରିବାର ରାତ୍ରି ଯାପନ କରିଥିବା ବେଳେ ଏଯାବତ୍ ପ୍ରଶାସନ ତରଫରୁ କୌଣସି ସହାୟତା ମିଳିଥିବା ଜଣାପଡିନାହିଁ ।

Leave A Reply