ନିଆଁ ଲାଗି ଜଳିଗଲା ୪ପରିବାରର ୧୨ ବଖରା

0

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଗମରା ପୋଡା ଗଡ଼ିଆ ଗ୍ରାମରେ ବୁଧୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪ ପରିବାରର ୧୨ ବଖରା ଘର ଜଳିଯାଇଛି । ପରିବାର ଲୋକେ ଘରେ ଶୋଇଥିବା ବେଳେ ନିଆଁ ଲାଗିଥିଲା। ନିଆଁର ଆକାର ଏପରି ଥିଲା ଯେ ସଙ୍ଗେ ପଡିଶା ଘରକୁ ବ୍ୟାପିଯାଇଥିଲା। ଘର ଲୋକ ନିଆଁ ଲାଗିବା ଦେଖି ବାହାରକୁ ପଳେଇ ଆସିଥିଲେ। ଭଦ୍ରକ ରୁ ଦମକଳ ଗାଡି ଆସି ରାତିରେ ନିଆଁ କୁ ଆୟତ୍ତ କରିଛି। ଅଗ୍ନିକାଣ୍ଡ ରେ କୈଳାଶ ସ୍ୱାଇଁ, ସନ୍ତୋଷ ସ୍ୱାଇଁ, ଅମର ସ୍ୱାଇଁ, ଚଗଲା ସ୍ୱାଇଁ ଙ୍କ ଘରର ସମସ୍ତ ଆସବାବ ପତ୍ର ଜଳି ନଷ୍ଟ ହୋଇ ଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Leave A Reply