ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ, ମା’ ଓ ଝିଅ ଜୀବନ୍ତ ଦଗ୍ଧ

0

ଢେଙ୍କାନାଳ: ଭୂବନ ଥାନା ଅନ୍ତର୍ଗତ ଗୋଡ଼ିପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଅଗ୍ନିକାଣ୍ଡରେ ମା’ ଓ ଝିଅ ଜିଅନ୍ତା ଜଳି ଯାଇଛନ୍ତି। ଏଥିରେ ମହିଳାଙ୍କ ସ୍ବାମୀ ମଧ୍ୟ ଗୁରୁତର ହୋଇଥିବା ବେଳେ ତାଙ୍କୁ ଭୂବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ସ୍ୱାମୀ ପାଇଁ ଚାହା କରିବାକୁ ଯାଇ ଚୁଲା ଅନ କରିବା ମାତ୍ରେ ହିଁ ହଠାତ ନିଆଁ ଲାଗିଯାଇଥିଲା। ରୋଷେଇ ଘରେ ମା’ ନିଆଁରେ ଜଳୁ ଥିବା ଦେଖି ୧୩ ବର୍ଷର ଝିଅ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଝିଅ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା। ଏହି ସମୟରେ ଘରେ ଉପସ୍ଥିତ ଥିବା ମହିଳାଙ୍କ ସ୍ବାମୀ ମା’ ଓ ଝିଅଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ଗୁରୁତର ହୋଇଛନ୍ତି । ତାଙ୍କୁ ଭୂବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।

ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗ୍ୟାସ୍ ଲିକ୍ ହୋଇ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ।

 

Leave A Reply